इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୨୧

ଖୁସିର ଖବର କିପରି ପ୍ରଚାର କରାଯାଉଛି ?

ଖୁସିର ଖବର କିପରି ପ୍ରଚାର କରାଯାଉଛି ?

ଯିହୋବା ନିଜ ରାଜ୍ୟ ଦ୍ୱାରା ଖୁବ୍‌ ଶୀଘ୍ର ସବୁ ସମସ୍ୟାଗୁଡ଼ିକୁ ଦୂର କରିଦେବେ । ଏହା କେତେ ଖୁସିର ଖବର ! କʼଣ ଆପଣଙ୍କୁ ଲାଗେନି ଯେ ଏକଥା ଅନ୍ୟମାନେ ବି ଜାଣିବା ଉଚିତ୍‌ ? ଯୀଶୁ ମଧ୍ୟ ଚାହୁଁଥିଲେ ଯେ ସମସ୍ତେ ଏବିଷୟରେ ଜାଣନ୍ତୁ । ତେଣୁ ସେ ନିଜ ଶିଷ୍ୟମାନଙ୍କୁ କହିଥିଲେ ଯେ ସମସ୍ତଙ୍କୁ ଯାଇ ଖୁସିର ଖବର ଶୁଣାଅ । (ମାଥିଉ ୨୮:୧୯, ୨୦) ଆଜି ଯିହୋବାଙ୍କ ସାକ୍ଷୀମାନେ ଏହି ଆଜ୍ଞାକୁ କିପରି ମାନୁଛନ୍ତି ?

୧. ମାଥିଉ ୨୪:୧୪ ପଦରେ ଲେଖାଥିବା କଥା ଆଜି କିପରି ପୂରା ହେଉଛି ?

ଯୀଶୁ କହିଥିଲେ, “ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ ।” (ମାଥିଉ ୨୪:୧୪) ଆଜି ଯିହୋବାଙ୍କ ସାକ୍ଷୀମାନେ ଖୁସିର ସହ ଏହି ମହତ୍ତ୍ୱପୂର୍ଣ୍ଣ କାମ କରୁଛନ୍ତି । ସେମାନେ ୧,୦୦୦ରୁ ବି ଅଧିକ ଭାଷାରେ ପ୍ରଚାର କରୁଛନ୍ତି । ସାରା ଦୁନିଆରେ ଏତେ ଭାଷାରେ ପ୍ରଚାର କରିବା ଏତେ ସହଜ କଥା ନୁହେଁ । ଏହାକୁ କରିବା ପାଇଁ ବହୁତ ପରିଶ୍ରମ ଓ ଭଲ ଯୋଜନା ଦରକାର । ଏଥିରୁ ଜଣାପଡ଼େ ଯେ ଏହା ପଛରେ ଯିହୋବାଙ୍କ ହାତ ରହିଛି ।

୨. ଆମେ ଲୋକମାନଙ୍କୁ ପ୍ରଚାର କରିବା ପାଇଁ କʼଣ କରୁ ?

ଯେଉଁଠାରେ ବି ଲୋକମାନେ ମିଳନ୍ତି, ଆମେ ସେଠାକୁ ଯାଇ ସେମାନଙ୍କୁ ପ୍ରଚାର କରୁ । ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କ ଭଳି ଆଜି ଆମେ ମଧ୍ୟ “ଘରେ ଘରେ” ଯାଇ ଲୋକମାନଙ୍କୁ ଖୁସିର ଖବର ଶୁଣାଉ । (ପ୍ରେରିତ ୫:୪୨) ଏପରି ଭାବେ, ଆମେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଚାର କରିପାରୁ । କିନ୍ତୁ ଅନେକ ଲୋକଙ୍କୁ ଆମେ ତାଙ୍କ ଘରେ ଭେଟି ପାରି ନ ଥାଉ, ତେଣୁ ଆମେ ବଜାର ଓ ଅନ୍ୟ ଜାଗାଗୁଡ଼ିକରେ ମଧ୍ୟ ପ୍ରଚାର କରୁ । ଆମେ ଲୋକମାନଙ୍କୁ ଯିହୋବାଙ୍କ ବିଷୟରେ ଏବଂ ସେ ଆମମାନଙ୍କ ପାଇଁ କʼଣ କରିବାକୁ ଚାହାନ୍ତି ସେବିଷୟରେ ଅନ୍ୟମାନଙ୍କୁ କହିବା ପାଇଁ ଗୋଟିଏ ବି ସୁଯୋଗ ହାତଛଡ଼ା କରି ନ ଥାଉ ।

୩. ଖୁସିର ଖବର ଶୁଣାଇବାର କାମ କାହାକୁ ଦିଆଯାଇଛି ?

ସମସ୍ତ ସତ୍ୟ ଖ୍ରୀଷ୍ଟିୟାନମାନଙ୍କୁ ଖୁସିର ଖବର ଶୁଣାଇବାର କାମ ଦିଆଯାଇଛି । ଆମେ ଏହି କାମକୁ ବହୁତ ମହତ୍ତ୍ୱ ଦେଉ, କାରଣ ଏହି ପ୍ରଚାର କାମରୁ ଲୋକମାନଙ୍କର ଜୀବନ ରକ୍ଷା ହୋଇଥାଏ । (୧ ତୀମଥି ୪:୧୬ ପଢ଼ନ୍ତୁ ।) ଆମେ ଏହି କାମ ପାଇଁ କାହାରିଠୁ ପଇସା ନେଇ ନ ଥାଉ । କାରଣ ବାଇବଲରେ ଲେଖାଅଛି, “ତୁମ୍ଭେମାନେ ବିନାମୂଲ୍ୟରେ ପାଇଅଛ, ବିନାମୂଲ୍ୟରେ ଦାନ କର ।” (ମାଥିଉ ୧୦:୭, ୮) ଲୋକମାନେ ନ ଶୁଣିଲେ ବି ଆମେ ପ୍ରଚାର କରିବା ବନ୍ଦ କରି ନ ଥାଉ, କାରଣ ଏହା ଆମ ଉପାସନାର ଏକ ଭାଗ ଅଟେ ଏବଂ ଏହି କାମ କଲେ ଯିହୋବା ବହୁତ ଖୁସି ହୁଅନ୍ତି ।

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ଯିହୋବାଙ୍କ ସାକ୍ଷୀମାନେ ସାରା ଦୁନିଆରେ ପ୍ରଚାର କରିବା ପାଇଁ କʼଣ କʼଣ କରୁଛନ୍ତି । ଆଉ ଯିହୋବା ଆମକୁ କିପରି ସାହାଯ୍ୟ କରୁଛନ୍ତି ।

୪. ଆମେ ସମସ୍ତଙ୍କୁ ପ୍ରଚାର କରିବା ପାଇଁ ବହୁତ ପରିଶ୍ରମ କରୁ

ଯିହୋବାଙ୍କ ସାକ୍ଷୀମାନେ ଦୁନିଆର ସବୁ ଲୋକଙ୍କୁ ପ୍ରଚାର କରିବା ପାଇଁ ବହୁତ ପରିଶ୍ରମ କରନ୍ତି । ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

  • ଯିହୋବାଙ୍କ ସାକ୍ଷୀମାନେ ପ୍ରଚାର କରିବା ପାଇଁ ବହୁତ ପରିଶ୍ରମ କରନ୍ତି । ସେମାନଙ୍କର ଏହି କାମ ବିଷୟରେ ଆପଣ କʼଣ ଭାବନ୍ତି ?

ମାଥିଉ ୨୨:୩୯ ରୋମୀୟ ୧୦:୧୩-୧୫ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ପ୍ରଚାର କାମରୁ କିପରି ଜଣାପଡ଼େ ଯେ ଆମେ ଲୋକମାନଙ୍କୁ ପ୍ରେମ କରୁ ?

  • ଯେଉଁମାନେ ଖୁସିର ଖବର ଶୁଣାନ୍ତି, ସେମାନଙ୍କ ବିଷୟରେ ଯିହୋବା କʼଣ ଭାବନ୍ତି ?—ପଦ ୧୫ ଦେଖନ୍ତୁ ।

୫. ଆମେ ଈଶ୍ୱରଙ୍କ ସହକର୍ମୀ ଅଟୁ

ଯିହୋବା ପ୍ରଚାର କାମ ପାଇଁ ଆମର ମାର୍ଗଦର୍ଶନ କରୁଛନ୍ତି । ଏହାର ଅନେକ ଉଦାହରଣ ରହିଛି । ନ୍ୟୁଜିଲ୍ୟାଣ୍ଡରେ ରହୁଥିବା ଭାଇ ପଲ୍‌ଙ୍କ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ଥରେ ସେ ଦ୍ୱିପହରରେ ଘର ଘର ପ୍ରଚାର କରିବା ସମୟରେ ଜଣେ ମହିଳାଙ୍କୁ ଭେଟିଲେ । ସେ ମହିଳା କହିଲେ ଯେ ସେ ଆଜି ସକାଳେ ହିଁ ଯିହୋବାଙ୍କ ନାମ ଧରି ପ୍ରାର୍ଥନା କରୁଥିଲେ ଓ କହୁଥିଲେ ଯେ କେହି ଆସି ତାଙ୍କୁ ଯିହୋବାଙ୍କ ବିଷୟରେ ଶିଖାନ୍ତୁ । ପଲ୍‌ କହନ୍ତି, “ତାʼର ତିନି ଘଣ୍ଟା ପରେ ହିଁ ମୁଁ ତାଙ୍କ ସହ ଦେଖା ହେଲି ।”

୧ କରିନ୍ଥୀୟ ୩:୯ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ପଲ୍‌ ଓ ଅନ୍ୟ ଭାଇଭଉଣୀଙ୍କର ଯେଉଁ ଅନୁଭୂତି ରହିଛି, ସେଥିରୁ କିପରି ଜଣାପଡ଼େ ଯେ ଯିହୋବା ହିଁ ପ୍ରଚାର କାମକୁ ମାର୍ଗଦର୍ଶନ କରୁଛନ୍ତି ?

ପ୍ରେରିତ ୧:୮ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ସବୁ ଲୋକଙ୍କୁ ପ୍ରଚାର କରିବା ପାଇଁ ଆମକୁ ଯିହୋବାଙ୍କ ସାହାଯ୍ୟ କାହିଁକି ଜରୁରୀ ?

କʼଣ ଆପଣ ଜାଣନ୍ତି ?

ସପ୍ତାହ ମଝିରେ ହେଉଥିବା ସଭାରେ ଆମକୁ ଶିଖାଯାଏ ଯେ ଆମେ ପ୍ରଚାର କିପରି କରିବା । ଯଦି ଆପଣ ଏହି ସଭାରେ ଆସିଛନ୍ତି, ତାହେଲେ ସେଠାରେ ଯେଉଁ ଟ୍ରେନିଙ୍ଗ ଦିଆଯାଏ, ସେବିଷୟରେ ଆପଣ କʼଣ ଭାବନ୍ତି ?

୬. ଆମେ ଈଶ୍ୱରଙ୍କ ଆଜ୍ଞା ପାଳନ କରୁ, ତେଣୁ ପ୍ରଚାର କରୁ

ପ୍ରଥମ ଶତାବ୍ଦୀର ଯୀଶୁଙ୍କ ଶିଷ୍ୟମାନଙ୍କୁ ଜଣାଥିଲା ଯେ ପ୍ରଚାର କରିବା ସେମାନଙ୍କର ଅଧିକାର । କିନ୍ତୁ କିଛି ବିରୋଧୀ ପ୍ରଚାର କାମକୁ ବନ୍ଦ କରିବା ପାଇଁ ଚେଷ୍ଟା କଲେ । ତେଣୁ ସେହି ସମୟର ଖ୍ରୀଷ୍ଟିୟାନମାନେ ଆଇନର ସାହାଯ୍ୟ ନେଲେ ଏବଂ ପ୍ରଚାର କରିବାର ନିଜ ଅଧିକାରକୁ ଆଇନ ମାନ୍ୟତା କରାଇଲେ । (ଫିଲିପ୍‌ପୀୟ ୧:୭) ଆଜି ଯିହୋବାଙ୍କ ସାକ୍ଷୀମାନେ ମଧ୍ୟ ଏପରି କରନ୍ତି । a

ପ୍ରେରିତ ୫:୨୭-୪୨ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଆମେ ପ୍ରଚାର କରିବା କାହିଁକି ବନ୍ଦ କରିବାନି ?—ପଦ ୨୯, ୩୮ ଓ ୩୯ ଦେଖନ୍ତୁ ।

ହୁଏତ କେହି ପଚାରିପାରନ୍ତି: “ଯିହୋବାଙ୍କ ସାକ୍ଷୀମାନେ ଘର ଘର କାହିଁକି ଯାʼନ୍ତି ?”

  • ଆପଣ ତାଙ୍କୁ କʼଣ କହିବେ ?

ଆମେ କʼଣ ଶିଖିଲୁ ?

ଯୀଶୁ ନିଜ ଶିଷ୍ୟମାନଙ୍କୁ ସମସ୍ତ ରାଷ୍ଟ୍ର ବା ଜାତିର ଲୋକମାନଙ୍କୁ ଖୁସିର ଖବର ଶୁଣାଇବା ପାଇଁ ଆଜ୍ଞା ଦେଲେ । ଏହି କାମ କରିବା ପାଇଁ ଯିହୋବା ନିଜ ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି ।

ଆପଣ କʼଣ କହିବେ ?

  • ସାରା ଦୁନିଆରେ ଖୁସିର ଖବର କିପରି ପ୍ରଚାର କରାଯାଉଛି ?

  • ପ୍ରଚାର କାମରୁ କିପରି ଜଣାପଡ଼େ ଯେ ଆମେ ଲୋକମାନଙ୍କୁ ପ୍ରେମ କରୁ ?

  • କʼଣ ପ୍ରଚାର କାମ କଲେ ଆମକୁ ଖୁସି ମିଳିପାରେ ? ଆପଣ ଏପରି କାହିଁକି କହନ୍ତି ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ଦେଖନ୍ତୁ ଯେ ଯିହୋବାଙ୍କ ସାକ୍ଷୀମାନେ ବଡ଼ ବଡ଼ ସହରଗୁଡ଼ିକରେ କିପରି ପ୍ରଚାର କରୁଛନ୍ତି ।

ପ୍ୟାରିସରେ ସର୍ବସାଧାରଣ ସାକ୍ଷ୍ୟ ଦେବାର ବିଶେଷ ବ୍ୟବସ୍ଥା (୫:୧୧)

ଯିହୋବାଙ୍କ ସାକ୍ଷୀମାନେ ଶରଣାର୍ଥୀମାନଙ୍କୁ ସାହାଯ୍ୟ କରିବା ପାଇଁ କʼଣ କରିଛନ୍ତି ?

ଶରଣାର୍ଥୀମାନଙ୍କୁ ସାନ୍ତ୍ୱନା ଦିଆଗଲା (୫:୫୯)

ଜଣେ ଭଉଣୀ ତାଙ୍କ ପୂରା ଜୀବନ ପ୍ରଚାର କାମରେ ଲଗାଇ ଦେଲେ । ଦେଖନ୍ତୁ ଯେ ଏହି କାମ କରି ତାଙ୍କୁ କିପରି ଖୁସି ମିଳିଲା ।

ମୁଁ ଖୁସି ଯେ ମୁଁ ଏହି କାମ କରିବା ପାଇଁ ନିଷ୍ପତ୍ତି ନେଲି (୬:୨୯)

ଜାଣନ୍ତୁ ଯେ ଆମେ ଅଦାଲତଗୁଡ଼ିକରେ କେଉଁ କେଉଁ ମକଦ୍ଦମାଗୁଡ଼ିକ ଜିତିଛୁ, ଯାହାଫଳରେ ପ୍ରଚାର କାମ ଆହୁରି ଭଲ ଭାବରେ ହୋଇପାରିଛି ।

“ରାଜ୍ୟର ପ୍ରଚାରକମାନେ ଅଦାଲତର ସାହାଯ୍ୟ ନେଲେ” (ଈଶ୍ୱରଙ୍କ ରାଜ୍ୟ ଶାସନ କରୁଛି !-ହି, ଅଧ୍ୟାୟ ୧୩)

a ପ୍ରଚାର କରିବାର ଅଧିକାର ଯିହୋବା ଆମମାନଙ୍କୁ ଦେଇଛନ୍ତି । ତେଣୁ ଏହି କାମ କରିବା ପାଇଁ ଯିହୋବାଙ୍କ ସାକ୍ଷୀମାନଙ୍କୁ ସରକାରଠାରୁ ଅନୁମତି ନେବା ଜରୁରୀ ନୁହେଁ ।