इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୨୫

ଈଶ୍ୱର ଆମକୁ କାହିଁକି ସୃଷ୍ଟି କରିଛନ୍ତି ?

ଈଶ୍ୱର ଆମକୁ କାହିଁକି ସୃଷ୍ଟି କରିଛନ୍ତି ?

ଆଜି ମଣିଷର ଜୀବନ ବହୁତ ଛୋଟ ଓ ବହୁତ ଦୁଃଖଭରା ହୋଇଥାଏ । ବାଇବଲ ବି ଏହା ହିଁ କହେ । (ଆୟୁବ ୧୪:୧) କିନ୍ତୁ କʼଣ ଈଶ୍ୱର ମଧ୍ୟ ଆମ ପାଇଁ ଏଇୟା ଚାହାନ୍ତି ? ଯଦି ନୁହେଁ, ତାହେଲେ ସେ ମଣିଷମାନଙ୍କୁ କାହିଁକି ସୃଷ୍ଟି କରିଛନ୍ତି, ତାଙ୍କର ଉଦ୍ଦେଶ୍ୟ କʼଣ ? କʼଣ ତାଙ୍କର ଏହି ଉଦ୍ଦେଶ୍ୟ କେବେ ପୂରା ହେବ ? ବାଇବଲରେ ଏସବୁ ପ୍ରଶ୍ନର ଉତ୍ତର ମିଳେ । ତାହା ଜାଣିଲେ ଆପଣଙ୍କୁ ବହୁତ ଖୁସି ମିଳିବ ।

୧. ଯିହୋବା ଆମମାନଙ୍କ ପାଇଁ କʼଣ ଚାହାନ୍ତି ?

ଯିହୋବା ଚାହାନ୍ତି ଯେ ଲୋକମାନେ ସବୁବେଳେ ଖୁସିରେ ରହନ୍ତୁ । ସେ ପ୍ରଥମ ମଣିଷ, ଆଦମ ଓ ହବାକୁ ସୃଷ୍ଟି କରି ଏକ ସୁନ୍ଦର ବଗିଚାରେ ରଖିଥିଲେ । ତାʼର ନାମ ଥିଲା ଏଦନ । ତାʼପରେ ‘ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ, ପୁଣି ପରମେଶ୍ୱର ସେମାନଙ୍କୁ କହିଲେ, ପିଲାଛୁଆ କର ଓ ସଂଖ୍ୟାରେ ବଢ଼ି ବଢ଼ି ଯାଅ, ପୁଣି ପୃଥିବୀକି ପରିପୂର୍ଣ୍ଣ କରି ଅଧିକାର କର ।’ (ଆଦି ପୁସ୍ତକ ୧:୨୮) ଯିହୋବା ଚାହୁଁଥିଲେ ଯେ ସେମାନଙ୍କର ପିଲାଛୁଆ ହୁଅନ୍ତୁ, ସେମାନେ ସାରା ପୃଥିବୀକୁ ଏକ ସୁନ୍ଦର ବଗିଚା ଭଳି କରିଦିଅନ୍ତୁ ଏବଂ ପଶୁପକ୍ଷୀଙ୍କର ଯତ୍ନ ନିଅନ୍ତୁ । ତାଙ୍କ ଇଚ୍ଛା ଥିଲା ଯେ କେହି ବି ରୋଗରେ ନ ପଡ଼ନ୍ତୁ ଏବଂ ସମସ୍ତେ ସବୁଦିନ ପାଇଁ ଖୁସିରେ ରହନ୍ତୁ ।

ଏହା ସତ ଯେ ଆଜି ଲୋକେ ଖୁସିରେ ନାହାନ୍ତି ଏବଂ ସେମାନଙ୍କୁ ଅନେକ ଦୁଃଖକଷ୍ଟ ସହିବାକୁ ପଡ଼ୁଛି । a କିନ୍ତୁ ଯିହୋବା ଆଗରୁ ଯାହା ଚାହୁଁଥିଲେ, ତାହା ଆଜି ମଧ୍ୟ ଚାହାନ୍ତି । (ଯିଶାଇୟ ୪୬:୧୦, ୧୧) ଯିହୋବା ଚାହାନ୍ତି ଯେ ଯେଉଁ ଲୋକମାନେ ତାଙ୍କ ଆଜ୍ଞା ପାଳନ କରନ୍ତି, ସେମାନେ ବିନା କୌଣସି ଦୁଃଖକଷ୍ଟରେ ସବୁଦିନ ପାଇଁ ଖୁସିରେ ରହନ୍ତୁ ।—ପ୍ରକାଶିତ ବାକ୍ୟ ୨୧:୩, ୪ ପଢ଼ନ୍ତୁ ।

୨. ଆମେ କʼଣ କଲେ ଖୁସିରେ ରହିପାରିବା ?

ଯିହୋବା ହିଁ ଆମ ଭିତରେ ତାଙ୍କୁ ଜାଣିବାର ଓ ତାଙ୍କୁ ଉପାସନା କରିବାର ଇଚ୍ଛା ଦେଇଛନ୍ତି । (ମାଥିଉ ୪:୪ ଓ ୫:୪-୬ ପଢ଼ନ୍ତୁ ।) ସେ ଚାହାନ୍ତି ଯେ ସବୁ ଲୋକ ତାଙ୍କ ସାଙ୍ଗ ହୁଅନ୍ତୁ, ‘ତାଙ୍କ ସକଳ ପଥରେ ଗମନ କରନ୍ତୁ, ତାଙ୍କୁ ପ୍ରେମ କରନ୍ତୁ ଓ ନିଜ ସମସ୍ତ ଅନ୍ତଃକରଣ’ ସହିତ ତାଙ୍କ ସେବା କରନ୍ତୁ । (ଦ୍ୱିତୀୟ ବିବରଣ ୧୦:୧୨; ଗୀତସଂହିତା ୨୫:୧୪) ଯଦି ଆମେ ଯିହୋବାଙ୍କୁ ଉପାସନା କରିବା, ତାହେଲେ ଯେତେ ସମସ୍ୟା ଆସିଲେ ମଧ୍ୟ ଆମେ ଖୁସିରେ ରହିପାରିବା । କାରଣ ଏପରି କରି ଆମେ ଯିହୋବାଙ୍କ ହୃଦୟ ଖୁସି କରୁଥିବା ।

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ଯିହୋବା ପୃଥିବୀକୁ ଯେପରି ସୃଷ୍ଟି କରିଛନ୍ତି ସେଥିରୁ ତାଙ୍କ ପ୍ରେମ କିପରି ଜଣାପଡ଼େ ଏବଂ ସେ ମଣିଷମାନଙ୍କୁ କାହିଁକି ସୃଷ୍ଟି କରିଛନ୍ତି ।

୩. ଯିହୋବା ଚାହାନ୍ତି ଯେ ଲୋକମାନେ ଖୁସିରେ ରହନ୍ତୁ

ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

  • ଯିହୋବା ଏତେ ସୁନ୍ଦର ପୃଥିବୀ କାହିଁକି ସୃଷ୍ଟି କଲେ ?

ଉପଦେଶକ ୩:୧୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯିହୋବା ମଣିଷମାନଙ୍କ ହୃଦୟରେ କିପରି ବିଚାର ରଖିଛନ୍ତି ? ଏଥିରୁ ଯିହୋବାଙ୍କ ଉଦ୍ଦେଶ୍ୟ ବିଷୟରେ କʼଣ ଜଣାପଡ଼େ ?

୪. ଯିହୋବାଙ୍କ ଇଚ୍ଛା ବଦଳି ନାହିଁ

ଗୀତସଂହିତା ୩୭:୧୧, ୨୯ ଯିଶାଇୟ ୫୫:୧୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଆମେ କାହିଁକି କହିପାରିବା ଯେ ଯିହୋବାଙ୍କ ଇଚ୍ଛା ବଦଳି ନାହିଁ ?

୫. ଯିହୋବାଙ୍କ ଉପାସନା କଲେ ହିଁ ଆମକୁ ପ୍ରକୃତ ଖୁସି ମିଳେ

ଯିହୋବା ଆମକୁ କାହିଁକି ସୃଷ୍ଟି କରିଛନ୍ତି, ତାହା ଜାଣିଲେ ହିଁ ଆମକୁ ପ୍ରକୃତ ଖୁସି ମିଳିବ । ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

  • ଟେରୁମି ଯେତେବେଳେ ଜାଣିଲେ ଯେ ଈଶ୍ୱର ମଣିଷମାନଙ୍କୁ କାହିଁକି ସୃଷ୍ଟି କରିଛନ୍ତି, ସେତେବେଳେ ତାଙ୍କ ଜୀବନ କିପରି ବଦଳିଗଲା ?

ଉପଦେଶକ ୧୨:୧୩ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯିହୋବା ଆମ ପାଇଁ ଯାହା କିଛି କରିଛନ୍ତି, ତା ବଦଳରେ ଆମକୁ କʼଣ କରିବା ଉଚିତ୍‌ ?

କିଛି ଲୋକ କହନ୍ତି: “ମଣିଷ ଜନ୍ମ ହୋଇଛି ମାନେ ଦିନେ ନା ଦିନେ ନିଶ୍ଚୟ ମରିବ ।”

  • ଯଦି କେହି ଆପଣଙ୍କୁ ଏପରି କହନ୍ତି, ତାହେଲେ ଆପଣ ତାଙ୍କୁ କʼଣ କହିବେ ?

ଆମେ କʼଣ ଶିଖିଲୁ ?

ଯିହୋବା ଚାହାନ୍ତି ଯେ ଆମେ ଏହି ପୃଥିବୀରେ ସବୁଦିନ ପାଇଁ ରହୁ । ସେ ଚାହାନ୍ତି ନାହିଁ ଯେ ଆମ ଉପରେ ଦୁଃଖକଷ୍ଟ ଆସୁ । ଯଦି ଆମେ ହୃଦୟରୁ ତାଙ୍କ ଉପାସନା କରିବା, ତାହେଲେ ଆମେ ଆଜି ବି ଖୁସିରେ ରହିପାରିବା ।

ଆପଣ କʼଣ କହିବେ ?

  • ଯିହୋବା ଆଦମ ଓ ହବାକୁ କାହିଁକି ସୃଷ୍ଟି କରିଥିଲେ ?

  • ଆମେ କାହିଁକି କହିପାରିବା ଯେ ଯିହୋବାଙ୍କ ଇଚ୍ଛା ବଦଳି ନାହିଁ ?

  • କʼଣ କଲେ ଆମେ ଆଜି ବି ଖୁସିରେ ରହିପାରିବା ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ଜାଣନ୍ତୁ ଯେ ଆମେ କାହିଁକି କହିପାରିବା ଯେ ଏଦନ ବଗିଚା ସତରେ ଥିଲା ।

“କʼଣ ଏଦନ ବଗିଚା ସତରେ ଥିଲା ?” (ପ୍ରହରୀଦୁର୍ଗ ଲେଖା-ହି)

ଜାଣନ୍ତୁ ଯେ ଆମେ କାହିଁକି ଭରସା ରଖିପାରିବା ଯେ ଏ ପୃଥିବୀ କେବେ ବି ବିନାଶ ହେବ ନାହିଁ ।

“କʼଣ ପୃଥିବୀ କେବେ ବିନାଶ ହେବ ?” (jw.org ୱେବସାଇଟ୍‌ରେ ଥିବା ଲେଖା)

ଜାଣନ୍ତୁ ଯେ ଜୀବନର ଉଦ୍ଦେଶ୍ୟ ବିଷୟରେ ବାଇବଲରେ କʼଣ ଲେଖାଅଛି ।

“ଆମ ଜୀବନର ଉଦ୍ଦେଶ୍ୟ କʼଣ ଅଟେ ?” (jw.org ୱେବସାଇଟ୍‌ରେ ଥିବା ଲେଖା)

ଜଣେ ବ୍ୟକ୍ତି ପାଖରେ ସବୁକିଛି ଥିଲା, ତଥାପି ତାଙ୍କୁ ନିଜ ଜୀବନରେ କିଛି ଖାଲି ଖାଲି ଲାଗୁଥିଲା । ତାହା କʼଣ ଥିଲା ଜାଣିବା ପାଇଁ ଏହି ଭିଡିଓ ଦେଖନ୍ତୁ ।

ଏବେ ମୋ ଜୀବନର ଗୋଟିଏ ଉଦ୍ଦେଶ୍ୟ ଅଛି (୩:୫୫)

a ପରବର୍ତ୍ତୀ ପାଠରେ ଆମେ ଦେଖିବା ଯେ ଆମ ଉପରେ ଦୁଃଖକଷ୍ଟ କାହିଁକି ଆସେ ।