ଯଦିଓ ଆମେ ଭିନ୍ନ ଭିନ୍ନ ଭାଷା ଓ ସଂକୃତିରୁ ଆସିଅଛୁ, ଆମର ଲକ୍ଷ୍ୟ ଗୋଟିଏ ଥିବା ଯୋଗୁଁ ଆମ ମଧ୍ୟରେ ଏକତା ଅଛି । ସର୍ବପରି, ଆମେ ଯିହୋବା ଈଶ୍ୱର ଯାହାଙ୍କ ବିଷୟରେ ବାଇବଲ କହେ ସମସ୍ତ ସୃଷ୍ଟିର ସୃଷ୍ଟିକର୍ତ୍ତାଙ୍କୁ ଆଦର ଓ ସମ୍ମାନ ଦେଉ । ଆମେ ଯୀଶୁଖ୍ରୀଷ୍ଟଙ୍କୁ ଅନୁକରଣ କରିବାକୁ ଚେଷ୍ଟା କରୁ ତେଣୁ ଆମେ ଖ୍ରୀଷ୍ଟିୟାନରୂପେ ଗର୍ବିତ । ବାଇବଲ ଓ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଲୋକଙ୍କୁ କହିବା ପାଇଁ ଆମେ ସମସ୍ତେ ସମୟ ବିତାଇଥାଉ । ଆମେ ଯିହୋବା ଈଶ୍ୱର ଓ ତାହାଙ୍କ ରାଜ୍ୟ ବିଷୟରେ କହିଥାଉ ବୋଲି ଆମକୁ ଯିହୋବାଙ୍କ ସାକ୍ଷୀ କୁହାଯାଏ ।

ଆମ ୱେବ୍‌ସାଇଟ୍‌ ଦେଖନ୍ତୁ । ଅନ୍‌ଲାଇନ୍‌ରୁ ବାଇବଲ ପଢ଼ନ୍ତୁ । ଆମର ବିଶ୍ୱାସ ଓ ଆମ ବିଷୟରେ ଅଧିକ ଜାଣନ୍ତୁ ।