इस जानकारी को छोड़ दें

ଯିହୋବାଙ୍କ ସାକ୍ଷୀମାନଙ୍କର ସଭାଗୁଡ଼ିକ

ଆମ ସଭାଗୁଡ଼ିକ ବିଷୟରେ ଜାଣନ୍ତୁ । ଖୋଜନ୍ତୁ ଯେ ଆପଣଙ୍କ ଅଞ୍ଚଳରେ କେଉଁ ଜାଗାରେ ସଭା ହୁଏ ।

ଆପଣଙ୍କ ନିକଟରେ ହେଉଥିବା ସଭାର ଠିକଣା ଖୋଜନ୍ତୁ (opens new window)

ଆମ ସଭାଗୁଡ଼ିକରେ କʼଣ ହୁଏ ?

ଯିହୋବାଙ୍କ ସାକ୍ଷୀମାନେ ଉପାସନା ପାଇଁ ସଯ୍ତାହରେ ଦୁଇଥର ସଭା କରନ୍ତି । (ଏବ୍ରୀ ୧୦:୨୪, ୨୫) ସମସ୍ତେ ଆସିପାରୁଥିବା ଏହି ସଭାଗୁଡ଼ିକରେ, ବାଇବଲ କʼଣ କହେ, ତାହା ଆମେ ଯାଞ୍ଚ୍‌ କରୁ ଓ ଏହାର ଶିକ୍ଷା ଆମ ଜୀବନରେ କିପରି ଲାଗୁ ହୁଏ, ତାହା ଶିଖିଥାଉ ।

ଆମ ସଭାରେ ସମସ୍ତେ ଭାଗ ନେଇପାରନ୍ତି, ଯେପରି ଗୋଟିଏ ଶ୍ରେଣୀଗୃହରେ ଚର୍ଚ୍ଚା ହୋଇଥାଏ । ସଭାଗୁଡ଼ିକ ଗୀତ ଏବଂ ପ୍ରାର୍ଥନା ଦ୍ୱାରା ଆରମ୍ଭ ଓ ଶେଷ ହୋଇଥାଏ ।

ଆମ ସଭାରେ ଆସିବା ପାଇଁ ଆପଣଙ୍କୁ ଯିହୋବାଙ୍କ ସାକ୍ଷୀ ହେବାକୁ ପଡ଼ିବ ନାହିଁ । ଆମ ସଭାରେ ସମସ୍ତେ ଆସି ବିନାମୂଲ୍ୟରେ ବସିପାରିବେ ଓ ଏଥିପାଇଁ କେବେ ବି ଚାନ୍ଦା ନିଆଯିବ ନାହିଁ ।