इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୩୩ ଷ୍ଟାବ୍ଦରେ ପିତର ଓ ଯୋହନ ନିସ୍ତାର ପର୍ବ ପାଇଁ ଉପର କୋଠରିକୁ ସ୍ତୁତ କରୁଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

କʼଣ ଆପଣ ସ୍ମାରକ ପାଇଁ ପ୍ରସ୍ତୁତି କରୁଛନ୍ତି ?

କʼଣ ଆପଣ ସ୍ମାରକ ପାଇଁ ପ୍ରସ୍ତୁତି କରୁଛନ୍ତି ?

ଯୀଶୁ ଖ୍ରୀଷ୍ଟ ଯେଉଁ ଶେଷ ନିସ୍ତାର ପର୍ବ ପାଳନ କରିଥିଲେ, ତାହା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ଆଗରୁ ଭାବିଥିଲେ ଯେ ଏହି ନିସ୍ତାର ପର୍ବ ସେ ନିଜ ଶିଷ୍ୟମାନଙ୍କ ସହ ମିଶି ପାଳନ କରିବେ, କାରଣ ଖୁବ୍‌ ଶୀଘ୍ର ତାହାଙ୍କ ମୃତ୍ୟୁ ହୁଅନ୍ତା । ଆଉ ସେ ପ୍ରଭୁଭୋଜର ଆରମ୍ଭ କରିବାକୁ ଯାଉଥିଲେ, ଯାହା ପ୍ରତିବର୍ଷ ପାଳନ କରାଯାʼନ୍ତା । ତେଣୁ ସେ ପିତର ଓ ଯୋହନଙ୍କୁ ପଠାଇଲେ ଯେ ସେମାନେ ଯାଇ ନିସ୍ତାର ପର୍ବ ପାଳନ କରିବା ପାଇଁ ଏକ କୋଠରି ପ୍ରସ୍ତୁତ କରନ୍ତୁ । (ଲୂକ ୨୨:୭-୧୩; ବାହାରେ ଥିବା ଚିତ୍ର ଦେଖନ୍ତୁ ।) ଆମେ ମଧ୍ୟ ମାର୍ଚ୍ଚ ୨୭ ତାରିଖ ଦିନ ପାଳନ କରିବାକୁ ଯାଉଥିବା ସ୍ମାରକ ପାଇଁ ଏବେଠାରୁ ପ୍ରସ୍ତୁତି କରିବା ଉଚିତ୍‌ । ମଣ୍ଡଳୀଗୁଡ଼ିକ ଏବେଠାରୁ ଅନେକ କିଛି ଯୋଜନା କରିସାରିଥିବ, ଯେପରି— ସ୍ମାରକର ଭାଷଣ କିଏ ଦେବେ ଏବଂ ରୋଟୀ ଓ ଦ୍ରାକ୍ଷାରସର ପ୍ରସ୍ତୁତି କିଏ କରିବେ । ମଣ୍ଡଳୀ ଯାହା ପ୍ରସ୍ତୁତି କରେ, ତାʼ ଛଡ଼ା ଆମେ ନିଜେ ମଧ୍ୟ ସ୍ମାରକ ପାଇଁ କିଛି ପ୍ରସ୍ତୁତି କରିପାରିବା ।

ନିଜ ହୃଦୟକୁ ପ୍ରସ୍ତୁତ କରନ୍ତୁ । ସ୍ମାରକ ବାଇବଲ ପଠନ ପାଇଁ ବାଇବଲର ଯେଉଁ ପଦଗୁଡ଼ିକ ଦିଆଯାଏ, ସେଗୁଡ଼ିକୁ ପଢ଼ନ୍ତୁ ଏବଂ ତାʼ ଉପରେ ଚିନ୍ତନ କରନ୍ତୁ । ଏହିପରି ଭାବେ ଆପଣ ଯୀଶୁଙ୍କ ବଳିଦାନ ପ୍ରତି ନିଜ କୃତଜ୍ଞତା ବଢ଼ାଇପାରିବେ ଏବଂ ନିଜ ହୃଦୟକୁ ପ୍ରସ୍ତୁତ କରିପାରିବେ । ଦୈନିକ ବାଇବଲ ପାଠ ପ୍ରତି ଧ୍ୟାନ ଦିଅନ୍ତୁ (ହିନ୍ଦୀ) ପୁସ୍ତିକାରେ ସ୍ମାରକ ବାଇବଲ ପଠନର ଏକ ସୂଚୀ ଦିଆଯାଇଛି । ପବିତ୍ର ଶାସ୍ତ୍ରର ନୂତନ ଜଗତ ଅନୁବାଦର (ହିନ୍ଦୀ) ଆପେଣ୍ଡିକ୍ସ ଖ୧୨ରେ ଏପରି ଆହୁରି ପଦଗୁଡ଼ିକ ଦିଆଯାଇଛି । (ଏପ୍ରିଲ୍‌ ୨୦୨୦ର ସଭା ପୁସ୍ତିକା ମଧ୍ୟ ଦେଖନ୍ତୁ ।) ଏହାଛଡ଼ା, ଯିହୋବାଙ୍କ ସାକ୍ଷୀମାନଙ୍କ ପାଇଁ ଗବେଷଣା ଗାଇଡ୍‌ରେ (ହିନ୍ଦୀ) ଏପରି ପ୍ରକାଶନଗୁଡ଼ିକର ଉଲ୍ଲେଖ କରାଯାଇଛି, ଯେଉଁଥିରେ ମୁକ୍ତିର ମୂଲ୍ୟ ବିଷୟରେ ବୁଝାଇ ଦିଆଯାଇଛି । ଆପଣ ନିଜ ପାରିବାରିକ ଉପାସନାରେ ଏହି ପ୍ରକାଶନଗୁଡ଼ିକରେ ଦିଆଯାଇଥିବା ତଥ୍ୟ ଉପରେ ଆଲୋଚନା କରିପାରିବେ ।

ଅନ୍ୟମାନଙ୍କୁ ମଧ୍ୟ ନିମନ୍ତ୍ରଣ କରନ୍ତୁ । ସ୍ମାରକ ନିମନ୍ତ୍ରଣ ଅଭିଯାନରେ ଅଧିକରୁ ଅଧିକ ଭାଗ ନିଅନ୍ତୁ । ଭାବନ୍ତୁ ଯେ ଆପଣ କେଉଁମାନଙ୍କୁ ନିମନ୍ତ୍ରଣ କରିବେ । ଆପଣ ଏପରି ଲୋକମାନଙ୍କୁ ନିମନ୍ତ୍ରଣ କରିପାରିବେ, ଯେଉଁମାନଙ୍କ ସହ ଆପଣ ପୁନଃସାକ୍ଷାତ କରୁଛନ୍ତି, ଯେଉଁମାନଙ୍କର ପୂର୍ବେ ଆପଣ ବାଇବଲ ଅଧ୍ୟୟନ କରାଉଥିଲେ କିମ୍ବା ଯେଉଁମାନେ ଆପଣଙ୍କ ଚିହ୍ନା ପରିଚିତ କିମ୍ବା ସମ୍ପର୍କୀୟ ଅଟନ୍ତି । ପ୍ରାଚୀନମାନେ ଏପରି ଲୋକମାନଙ୍କୁ ନିଶ୍ଚୟ ନିମନ୍ତ୍ରଣ କରିବା ଉଚିତ୍‌, ଯେଉଁମାନେ ସତ୍ୟରେ ଥଣ୍ଡା ପଡ଼ିଯାଇଛନ୍ତି । ଯଦି ଆପଣ ଏପରି ଜଣେ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିଛନ୍ତି, ଯିଏ ଆପଣଙ୍କ ମଣ୍ଡଳୀର ଅଞ୍ଚଳରେ ରହନ୍ତି ନାହିଁ, ତେବେ ତାଙ୍କୁ କୁହନ୍ତୁ ଯେ ତାଙ୍କ ଅଞ୍ଚଳରେ ସ୍ମାରକ କେବେ ଓ କେଉଁଠି ହେବ । ଏହି ତଥ୍ୟ ଆପଣଙ୍କୁ jw.org ୱେବସାଇଟ୍‌ରେ ମିଳିପାରିବ । ଏହାର ମୁଖ୍ୟ ପେଜ୍‌ର ସବୁଠାରୁ ଉପରେ ‘ଆମ ବିଷୟରେ’ ବିଭାଗକୁ କ୍ଲିକ୍‌ କରନ୍ତୁ ଏବଂ ‘ସ୍ମାରକ ସମାରୋହ’ ବାଛନ୍ତୁ ।

ଆମେ ଆଉ କʼଣ ପ୍ରସ୍ତୁତି କରିପାରିବା ?