इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୭୫

‘ମୁଁ ଅଛି ମୋତେ ପଠାଅ !’

‘ମୁଁ ଅଛି ମୋତେ ପଠାଅ !’

(ଯିଶାଇୟ ୬:୮)

  1. ୧. ନିନ୍ଦା ଅପମାନ କରେ,

    ଜଗତ ଯିହୋବାଙ୍କର ।

    କିଏ କହେ ସେ ନିର୍ଦ୍ଦୟୀ,

    କହନ୍ତି ‘ଈଶ୍ୱର ନାହିଁ ।’

    ଦୋଷକୁ ହଟାଏ କିଏ ?

    କିଏ କରିବ ପ୍ରଶଂସା ?

    (ଘୋଷା ୧)

    ‘ମୁଁ ଅଛି ମୋତେ ପଠାଅ !’

    ପ୍ରଶଂସା କରିବି ସଦା ।

    ୟାଠୁ ବଡ଼ ସମ୍ମାନ କାହିଁ ?

    ପ୍ରଭୁ ମୋତେ ପଠାଅ ।

  2. ୨. ଦାବି କରନ୍ତି ଯେ ଲୋକେ,

    ଯିହୋବା ଯେ ଦୟାହୀନ ।

    କରନ୍ତି ସେମାନେ ପୂଜା,

    ପଥରକୁ ଓ ଦେଶକୁ ।

    ଦୁଷ୍ଟକୁ କିଏ କହିବ ?

    କିଏ ଦେବ ଚେତାବନୀ ?

    (ଘୋଷା ୨)

    ‘ମୁଁ ଅଛି ମୋତେ ପଠାଅ !’

    କହିବି ଭୟ ନ କରି ।

    ୟାଠୁ ବଡ଼ ସମ୍ମାନ କାହିଁ ?

    ପ୍ରଭୁ ମୋତେ ପଠାଅ ।

  3. ୩. ଦୁଃଖଭରା ଏ ମଣିଷ,

    ଦୁଷ୍ଟ ଦୁନିଆକୁ ଦେଖି ।

    ସତ୍ୟର ରାସ୍ତାକୁ ଖୋଜେ,

    ମନରେ ଶାନ୍ତି ଖୋଜେ ସେ ।

    ସାନ୍ତ୍ୱନା ଦେବ ବା କିଏ ?

    ସତ୍ୟ ଶିଖାଇବ କିଏ ?

    (ଘୋଷା ୩)

    ‘ମୁଁ ଅଛି ମୋତେ ପଠାଅ !’

    ଶିଖାଇବି ଧୈର୍ଯ୍ୟତାକୁ ।

    ୟାଠୁ ବଡ଼ ସମ୍ମାନ କାହିଁ ?

    ପ୍ରଭୁ ମୋତେ ପଠାଅ ।

(ଗୀତ. ୧୦:୪; ଯିହି. ୯:୪ ମଧ୍ୟ ଦେଖନ୍ତୁ ।)