इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଗୀତ ୩୨

ଯିହୋବାଙ୍କ ପକ୍ଷ ହେଉ

ଯିହୋବାଙ୍କ ପକ୍ଷ ହେଉ

(ଯାତ୍ରା ପୁସ୍ତକ ୩୨:୨୬)

  1. ୧. ମିଥ୍ୟା ଧର୍ମରେ ଯେ ଥିଲୁ ଫସି,

    ମନରେ ସନ୍ଦେହ ଥିଲା ବେଶି ।

    ଜାଗି ଉଠେ କି ସତେ ହୃଦୟ,

    ଶୁଣି ରାଜ୍ୟ ସନ୍ଦେଶ ।

    (କୋରସ)

    ଯିହୋବାଙ୍କ ପକ୍ଷ, ଦେବି ମୁଁ ସାକ୍ଷ୍ୟ,

    ଛାଡ଼ିବନି ମୋତେ, ଶତ୍ରୁର ହାତେ ।

    ଶାନ୍ତି ଓ ଉଦ୍ଧାର, କରୁ ପ୍ରଚାର

    ରାଜ୍ୟ ଯୀଶୁଙ୍କର ଯୁଗ ଯୁଗର ।

  2. ୨. ଯିହୋବାଙ୍କ ସାଥେ ଚାଲୁ ମିଶି,

    ରାଜ୍ୟର ସଂଦେଶ ଦିଏ ଖୁସି,

    ଯିଏ ଶୁଣନ୍ତି, ନିର୍ଣ୍ଣୟ କରୁ,

    ପିତାଙ୍କ ପକ୍ଷ କି ନା ।

    (କୋରସ)

    ଯିହୋବାଙ୍କ ପକ୍ଷ, ଦେବି ମୁଁ ସାକ୍ଷ୍ୟ,

    ଛାଡ଼ିବନି ମୋତେ, ଶତ୍ରୁର ହାତେ ।

    ଶାନ୍ତି ଓ ଉଦ୍ଧାର, କରୁ ପ୍ରଚାର

    ରାଜ୍ୟ ଯୀଶୁଙ୍କର ଯୁଗ ଯୁଗର ।

  3. ୩. ଡରିବୁ ନାହିଁ ଆମେ ଏକାକୀ,

    ତୁମେ ମୋହର ବଳ ଓ ଶକ୍ତି ।

    ଯେତେ କଷ୍ଟ ଶୟତାନ ଆଣୁ,

    ରକ୍ଷକ ପିତା ଜାଣୁ ।

    (କୋରସ)

    ଯିହୋବାଙ୍କ ପକ୍ଷ, ଦେବି ମୁଁ ସାକ୍ଷ୍ୟ,

    ଛାଡ଼ିବନି ମୋତେ, ଶତ୍ରୁର ହାତେ ।

    ଶାନ୍ତି ଓ ଉଦ୍ଧାର, କରୁ ପ୍ରଚାର

    ରାଜ୍ୟ ଯୀଶୁଙ୍କର ଯୁଗ ଯୁଗର ।