इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଆବଶ୍ୟକ ରହିଛି ନୂଆ ଦୁନିଆର

ଆବଶ୍ୟକ ରହିଛି ନୂଆ ଦୁନିଆର

ମିଳିତ ଜାତିସଂଘ ସାରା ପୃଥିବୀରେ ଶାନ୍ତି ଆଣିବା ପାଇଁ ଚେଷ୍ଟା କରୁଛି । ସେହି ସଂଗଠନର ଜଣେ ବଡ଼ ଅଧିକାରୀ କହନ୍ତି, “ଦୁନିଆର ପରିସ୍ଥିତି ବହୁତ ଖରାପ ଅଛି ।” ଆପଣଙ୍କୁ କʼଣ ଲାଗେ ?

ସବୁଆଡ଼େ ଖରାପ ଖବର ଶୁଣିବାକୁ ମିଳୁଛି, ଯେପରି:

  • ବିଭିନ୍ନ ରୋଗ ଓ ମହାମାରୀ ହେଉଛି

  • ବନ୍ୟା ଓ ଭୂମିକମ୍ପ ହେଉଛି

  • ଦରିଦ୍ରତା ଓ ଖାଇବାର ଅଭାବ ହେଉଛି

  • ପ୍ରଦୂଷଣ ଓ ପୃଥିବୀର ତାପମାତ୍ରା ବଢ଼ି ବଢ଼ି ଚାଲିଛି

  • ଅପରାଧ, ହତ୍ୟା ଓ ଭ୍ରଷ୍ଟାଚାର ବଢ଼ୁଛି

  • ଯୁଦ୍ଧରେ ଅନେକ ଲୋକଙ୍କ ମୃତ୍ୟୁ ହେଉଛି

ଆମେ ସମସ୍ତେ ଚାହୁଁ ଯେ ପୃଥିବୀର ପରିସ୍ଥିତି ଭଲ ହେଉ ଏବଂ . . .

  • ରୋଗ ନ ରହୁ

  • କୌଣସି କଥା ପାଇଁ ଡର ନ ରହୁ

  • ଭରପୂର ଖାଇବାକୁ ମିଳୁ

  • ପାଣି ପବନ ଶୁଦ୍ଧ ରହୁ

  • ଅନ୍ୟାୟ ନ ହେଉ

  • ସବୁଆଡ଼େ ଶାନ୍ତି ରହୁ

ଖୁବ୍‌ ଶୀଘ୍ର ପୃଥିବୀର ପରିସ୍ଥିତି ବଢ଼ିଆ ହୋଇଯିବ, ସେତେବେଳେ ସବୁକିଛି କିପରି ଥିବ ?

ଯେଉଁ ପୃଥିବୀରେ ଆମେ ରହୁଛୁ ତାହା କʼଣ ବିନାଶ ହୋଇଯିବ ?

ଯେତେବେଳେ ପୃଥିବୀ ନୂଆ ହୋଇଯିବ, ସେଇଠି ରହିବା ପାଇଁ ଆମକୁ କʼଣ କରିବାକୁ ହେବ ?

ଈଶ୍ୱର ପବିତ୍ର ଶାସ୍ତ୍ର ବାଇବଲରେ ଏବିଷୟରେ କହିଛନ୍ତି । ପ୍ରହରୀଦୁର୍ଗ ପତ୍ରିକାର ଏହି ସଂଖ୍ୟାରେ ଆମେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ।