ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯୋୟେଲ ୧-୩

“ତୁମ୍ଭମାନଙ୍କର ପୁତ୍ରଗଣ ଓ କନ୍ୟାଗଣ ଭବିଷ୍ୟଦ୍‌ବାକ୍ୟ ପ୍ରଚାର କରିବେ”

“ତୁମ୍ଭମାନଙ୍କର ପୁତ୍ରଗଣ ଓ କନ୍ୟାଗଣ ଭବିଷ୍ୟଦ୍‌ବାକ୍ୟ ପ୍ରଚାର କରିବେ”

୨:୨୮, ୨୯

ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ଭବିଷ୍ୟତବାଣୀ ଶୁଣାଇବାର କାମ କରନ୍ତି, ଅର୍ଥାତ୍‌ ସେମାନେ ଲୋକମାନଙ୍କୁ “ଈଶ୍ୱରଙ୍କ ମହତ୍‌ ମହତ୍‌ କର୍ମ” ବିଷୟରେ କହନ୍ତି ଏବଂ ‘ରାଜ୍ୟର ସୁସମାଚାର’ ପ୍ରଚାର କରିଥାʼନ୍ତି। (ପ୍ରେରି ୨:୧୧, ୧୭-୨୧; ମାଥି ୨୪:୧୪) ଅନ୍ୟ ମେଷମାନେ ଏହି କାମରେ ଭାଗ ନେଇ ସେମାନଙ୍କୁ ସହଯୋଗ କରିଥାʼନ୍ତି

୨:୩୨

‘ଯିହୋବାଙ୍କ ନାମରେ ପ୍ରାର୍ଥନା କରିବାର’ ଅର୍ଥ କʼଣ?

  • ତାହାଙ୍କ ନାମ ଜାଣିବା

  • ତାହାଙ୍କ ନାମର ଆଦର କରିବା

  • ଯିଏ ଏହି ନାମ ଧାରଣ କରନ୍ତି, ତାହାଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରଖିବା

ନିଜକୁ ପଚାରନ୍ତୁ: ‘ମୁଁ ଭବିଷ୍ୟତବାଣୀ ଶୁଣାଇବାର କାମରେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ କିପରି ସହଯୋଗ କରିପାରିବି?’