ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ | ନୂଆ ସେବା ବର୍ଷ ପାଇଁ ଲକ୍ଷ୍ୟ ରଖନ୍ତୁ
ଅଧିକ ଆବଶ୍ୟକ ହେଉଥିବା ଜାଗାକୁ ଯାଆନ୍ତୁ
ଯିହୋବାଙ୍କ ସେବାରେ ଅଧିକ କରିବା ପାଇଁ ନୂଆ ଜାଗାକୁ ଯିବା ସହଜ ନୁହେଁ । ତାʼପାଇଁ ଆପଣଙ୍କଠାରେ ବିଶ୍ୱାସ ଥିବା ବହୁତ ଜରୁରୀ । (ଏବ୍ରୀ ୧୧:୮-୧୦) ଯଦି ଆପଣ ଅଧିକ ଆବଶ୍ୟକ ହେଉଥିବା ଜାଗାକୁ ଯାଇ ସେବା କରିବା ବିଷୟରେ ଭାବୁଛନ୍ତି, ତାହେଲେ ନିଜ ମଣ୍ଡଳୀର ପ୍ରାଚୀନମାନଙ୍କୁ ଏବିଷୟରେ କହନ୍ତୁ । ଆପଣ କିପରି ନିର୍ଦ୍ଧାରିତ କରିପାରିବେ ଯେ ଆପଣଙ୍କ ପାଇଁ କେଉଁ ଜାଗାରେ ଯିବା ଠିକ୍ ହେବ ଏବଂ ଆପଣ ସେଠାରେ ରହିପାରିବେ ନା ନାହିଁ ? ଅଧିକ ଆବଶ୍ୟକ ହେଉଥିବା ଜାଗାରେ ସେବା କରିବା ବିଷୟରେ ଥିବା ଲେଖା ଓ ଭିଡିଓ ଦେଖନ୍ତୁ । ସେହି ଭାଇଭଉଣୀମାନଙ୍କ ସହ କଥା ହୁଅନ୍ତୁ ଯେଉଁମାନେ ଅନ୍ୟ ମଣ୍ଡଳୀରେ ଯାଇ ସେବା କରୁଛନ୍ତି । (ହିତୋ ୧୫:୨୨) ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ ଯେ ସେ ଆପଣଙ୍କୁ ସଠିକ୍ ନିଷ୍ପତ୍ତି ନେବା ପାଇଁ ସାହାଯ୍ୟ କରିବେ । (ଯାକୁ ୧:୫) ଆପଣ ଯେଉଁଠାରେ ଯିବା ପାଇଁ ଚାହାନ୍ତି, ସେହି ଜାଗା ବିଷୟରେ ତଥ୍ୟ ଏକାଠି କରନ୍ତୁ ଏବଂ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ହେବ ଯଦି ଆପଣ ସେଠାରେ ଯାଇ କିଛି ଦିନ ରହିବେ ।
ଯିହୋବାଙ୍କ ଉପରେ ବିଶ୍ୱାସ ରଖନ୍ତୁ ଏବଂ ପଦକ୍ଷେପ ନିଅନ୍ତୁ—ଅଧିକ ପ୍ରଚାରକ ଆବଶ୍ୟକ ହେଉଥିବା ଜାଗାରେ ଯାଆନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
-
ଗାବ୍ରିଏଲଙ୍କ ସାମନାରେ କେଉଁ ବାଧାଗୁଡ଼ିକ ଆସିଲା ? ସେ ଏସବୁକୁ କିପରି ସାମନା କରିପାରିଲେ ?