इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଆମେ ଅନୁଭବୀ ଭାଇଭଉଣୀଙ୍କଠାରୁ କʼଣ ଶିଖିପାରିବା ?

ଆମେ ଅନୁଭବୀ ଭାଇଭଉଣୀଙ୍କଠାରୁ କʼଣ ଶିଖିପାରିବା ?

ଆମ ମଣ୍ଡଳୀରେ ଏପରି ଭାଇଭଉଣୀମାନେ ଅଛନ୍ତି, ଯେଉଁମାନେ ଅନେକ ବର୍ଷ ଧରି ଯିହୋବାଙ୍କ ସେବା କରି ଆସୁଛନ୍ତି । ସେମାନେ ଏପର୍ଯ୍ୟନ୍ତ ଯେପରି ଭାବେ ଯିହୋବାଙ୍କଠାରେ ଭରସା ରଖିଛନ୍ତି, ସେଥିରୁ ଆମେ ବହୁତ କିଛି ଶିଖିପାରିବା । ଆମେ ସେମାନଙ୍କୁ ଯିହୋବାଙ୍କ ସଂଗଠନର ଇତିହାସ ବିଷୟରେ ପଚାରିପାରିବା । ଆମେ ଏହା ମଧ୍ୟ ପଚାରିପାରିବା ଯେ ଅତୀତରେ ସେମାନେ କେଉଁସବୁ ସମସ୍ୟାର ସାମନା କଲେ ଏବଂ ଯିହୋବା କିପରି ସେମାନଙ୍କୁ ସାହାଯ୍ୟ କଲେ । ଆମେ ନିଜ ପାରିବାରିକ ଉପାସନାରେ କୌଣସି ବୃଦ୍ଧ ଭାଇ କିମ୍ବା ବୃଦ୍ଧା ଭଉଣୀଙ୍କୁ ଡାକିପାରିବା ଏବଂ ସେମାନଙ୍କୁ ନିଜ ଅନୁଭୂତି ଶୁଣାଇବା ପାଇଁ କହିପାରିବା ।

ଯାକୁବ ଓ ଯୋଷେଫ ମଧ୍ୟ ନିଜ ଅନୁଭୂତି ନିଜ ସନ୍ତାନମାନଙ୍କୁ କହିଥିଲେ । (ଆଦି ୪୮:୨୧, ୨୨; ୫୦:୨୪, ୨୫) ଆଗକୁ ଯାଇ ଯିହୋବା ପରିବାରର ମୁଖିଆମାନଙ୍କୁ ଆଜ୍ଞା ଦେଲେ ଯେ ସେମାନେ ନିଜ ସନ୍ତାନମାନଙ୍କୁ ଯିହୋବାଙ୍କ ମହାନ କାମଗୁଡ଼ିକ ବିଷୟରେ କହନ୍ତୁ । (ଦ୍ୱିବି ୪:୯, ୧୦; ଗୀତ ୭୮:୪-୭) ଆଜି ଆମ ସମୟରେ, ପିତାମାତାମାନେ ଓ ମଣ୍ଡଳୀର ଅନ୍ୟ ସମସ୍ତେ ଆସନ୍ତା ଯୁବ ପିଢ଼ିକୁ କହିପାରିବେ ଯେ ସେମାନେ ଯିହୋବାଙ୍କ ସଂଗଠନରେ କʼଣ କʼଣ ବିସ୍ମୟକର କାମସବୁ ହୋଇଥିବାର ଦେଖିଛନ୍ତି । ଯଦି ଆପଣ ଅନେକ ବର୍ଷ ଧରି ଯିହୋବାଙ୍କ ସେବା କରି ଆସୁଛନ୍ତି, ତେବେ ମନ ଖୋଲି ନିଜ ଅନୁଭୂତି ଯୁବ ପିଢ଼ିର ଭାଇଭଉଣୀମାନଙ୍କୁ କହନ୍ତୁ ।

କଟକଣା ସତ୍ତ୍ୱେ ଏକତା ବଜାୟ ରଖନ୍ତୁ (ହିନ୍ଦୀ) ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଅଷ୍ଟ୍ରିଆ ଶାଖା କାର୍ଯ୍ୟାଳୟ କିପରି ଭାବେ ଏପରି ଦେଶଗୁଡ଼ିକର ଭାଇମାନଙ୍କୁ ସାହାଯ୍ୟ କଲା, ଯେଉଁଠାରେ ଆମ ପ୍ରଚାର ସେବା ଓ ଉପାସନାକୁ ନିଷେଧ କରାଯାଇଥିଲା ?

  • ଏହି ଦେଶଗୁଡ଼ିକରେ ଆମ ଭାଇମାନେ ନିଜ ବିଶ୍ୱାସକୁ କିପରି ମଜବୁତ୍‌ ରଖିପାରିଲେ ?

  • ରୋମାନିଆରେ ଅନେକ ପ୍ରଚାରକ ଯିହୋବାଙ୍କ ସଂଗଠନରୁ କାହିଁକି ଦୂରେଇ ଯାଇଥିଲେ ? ସେମାନେ କିପରି ସଂଗଠନକୁ ପୁଣି ଫେରି ଆସିଲେ ?

  • ଏହି ଅନୁଭୂତିଗୁଡ଼ିକରୁ ଆପଣଙ୍କ ବିଶ୍ୱାସ କିପରି ମଜବୁତ୍‌ ହୁଏ ?

ମଣ୍ଡଳୀର ଅନୁଭବୀ ଭାଇଭଉଣୀଙ୍କଠାରୁ ଆମେ ବହୁତ କିଛି ଶିଖିପାରିବା !