ଗୀତ ୧୭
“ମୁଁ ଇଚ୍ଛା କରୁଅଛି”
(ଲୂକ ୫:୧୩)
-
୧. ପୃଥିବୀରେ ଯେବେ ଥିଲେ—
ଯୀଶୁ, ଦେଖାଇଲେ ପ୍ରେମ,
ଆମକୁ ବୁଝିଲେ,
ସାହାଯ୍ୟ କଲେ,
ନିଜ କାମ ଓ କଥାରେ ।
ସୁସ୍ଥ କଲେ ପୀଡ଼ିତଙ୍କୁ ।
ସବୁ ଆଜ୍ଞା କଲେ ପୂରା,
ସଦା କହିଲେ ସେ ହୃଦୟରୁ,
ଯେ, “ମୁଁ ଇଚ୍ଛା କରୁଅଛି ।”
-
୨. ଦେଖାଇବା ପ୍ରେମ-ଦୟା,
ପ୍ରତିଦିନ ଆମେ ସଦା ।
ଆଦର୍ଶ ଅଟନ୍ତି,
ଯୀଶୁ ଆମର,
ଚାଲିବା ତାଙ୍କ ପଥରେ ।
ଥିଲେ ଯେବେବି କଷ୍ଟରେ—
ସାଙ୍ଗ ଓ ଅନାଥ-ବିଧବା,
କହିବା ଆମେ ବି ହୃଦୟରୁ,
ଯେ, “ମୁଁ ଇଚ୍ଛା କରୁଅଛି ।”
(ଯୋହ. ୧୮:୩୭; ଏଫି. ୩:୧୯; ଫିଲିପ୍. ୨:୭ ମଧ୍ୟ ଦେଖନ୍ତୁ ।)

