ଓଡ଼ିଆ
ଆପଣ ଈଶ୍ୱରଙ୍କ ପରାମର୍ଶ ପାଇପାରିବେ
https://cms-imgp.jw-cdn.org/img/p/102021011/univ/art/102021011_univ_sqr_xl.jpg
g21 ସଂ ୧ ପୃଷ୍ଠା ୧୫

ଆପଣ ଈଶ୍ୱରଙ୍କ ପରାମର୍ଶ ପାଇପାରିବେ

ଆପଣ ଈଶ୍ୱରଙ୍କ ପରାମର୍ଶ ପାଇପାରିବେ

ପୂରା ବାଇବଲରେ ଯେଉଁ କଥାଗୁଡ଼ିକ ଲେଖାଅଛି, ତାହା ଈଶ୍ୱର ଲେଖାଇଛନ୍ତି । ଏହା ଆମେ କିପରି କହିପାରିବା ? ଈଶ୍ୱର ହଜାର ହଜାର ବର୍ଷ ପୂର୍ବେ ନିଜ ଚିନ୍ତାଧାରା କିଛି ଲୋକମାନଙ୍କୁ ଜଣାଇଲେ ଏବଂ ସେମାନେ ତାହା ଲେଖିଲେ । ସେମାନେ ଯାହା ବି ଲେଖିଲେ ତାହା “ଈଶ୍ୱର ନିଶ୍ୱସିତ” ଅର୍ଥାତ୍‌ ଈଶ୍ୱରଙ୍କ ପ୍ରେରଣା ଦ୍ୱାରା ଲେଖିଲେ ।—୨ ତୀମଥି ୩:୧୬.

ଈଶ୍ୱର ଚାହାନ୍ତି ଯେ ଆମେ ତାଙ୍କଠାରୁ ଶିଖୁ

‘ଯିହୋବା କହନ୍ତି; ଆମ୍ଭେ ତୁମ୍ଭକୁ ଉପକାରଜନକ ଶିକ୍ଷା ଦେଉ, ତୁମ୍ଭର ଗନ୍ତବ୍ୟ ପଥରେ ତୁମ୍ଭକୁ ଗମନ କରାଉ । ଆଃ, ତୁମ୍ଭେ ଯେବେ ଆମ୍ଭ ଆଜ୍ଞାରେ ମନୋଯୋଗ କରିଥାʼନ୍ତ ! ତେବେ ତୁମ୍ଭର ଶାନ୍ତି ନଦୀ ତୁଲ୍ୟ ଓ ତୁମ୍ଭର ଧାର୍ମିକତା ସମୁଦ୍ରର ତରଙ୍ଗ ତୁଲ୍ୟ ହୋଇଥାʼନ୍ତା ।’—ଯିଶାଇୟ ୪୮:୧୭, ୧୮.

ଈଶ୍ୱର ଚାହାନ୍ତି ଯେ ଆମକୁ ମନର ଶାନ୍ତି ମିଳୁ ଏବଂ ଆମେ ସବୁଦିନ ପାଇଁ ଖୁସିରେ ରହୁ । ତେଣୁ ସେ କହନ୍ତି ଯେ ଆମେ କʼଣ କରିବା ଉଚିତ୍‌ ।

ଈଶ୍ୱର ଯେଉଁ କଥାଗୁଡ଼ିକ ଲେଖାଇଛନ୍ତି, ତାହା ଜାଣନ୍ତୁ

‘ସମସ୍ତ ଜାତି ନିକଟରେ ସୁସମାଚାର ଅବଶ୍ୟ ଘୋଷଣା କରାଯିବ ।’—ମାର୍କ ୧୩:୧୦.

“ସୁସମାଚାର” ଅର୍ଥାତ୍‌ ଖୁସିର ଖବର ଏହା ହେଉଛି ଯେ ଖୁବ୍‌ ଶୀଘ୍ର ଯିହୋବା ଦୁଃଖକଷ୍ଟକୁ ସମାପ୍ତ କରିଦେବେ । ଏହି ପୃଥିବୀକୁ ସୁନ୍ଦର ବଗିଚା କରିଦେବେ ଏବଂ ଆମ ନିଜ ଲୋକମାନେ ଯେଉଁମାନଙ୍କ ମୃତ୍ୟୁ ହୋଇଯାଇଛି, ସେମାନଙ୍କୁ ଜୀବିତ କରିବେ । ଯିହୋବାଙ୍କ ସାକ୍ଷୀମାନେ ସାରା ପୃଥିବୀରେ ଏହି ଖୁସିର ଖବରକୁ ଶୁଣାଉଛନ୍ତି ।